top of page

ଉଡ଼ିବା ବେଳେ ଘସି ହେଲା ଫ୍ଲାଇଟ୍‌, ଜଳିଗଲା ପୂରା ବିମାନ || KONARK LIVE

କୋଣାର୍କ ଲାଇଭ - ଜାପାନ ଏୟାରଲାଇନ୍ସ ବିମାନରେ ଅଗ୍ନିକାଣ୍ଡ । ହନିଡ଼ା ଏୟାରପୋର୍ଟରୁ ଉଡ଼ାଣ ବେଳେ ଲାଗିଲା ନିଆଁ । ବିମାନରେ ୩୭୯ ଜଣ ପାସେଞ୍ଜର ଥିବା ସୂଚନା । ସମସ୍ତ ଯାତ୍ରୀଙ୍କ ସହ କ୍ରିଉ ମେମ୍ବର ସୁରକ୍ଷିତ ଉଦ୍ଧାର । ଟୋକିଓର ହାନେଡା ବିମାନବନ୍ଦରରେ ମଙ୍ଗଳବାର ସନ୍ଧ୍ୟାରେ ୩୦୦ ଯାତ୍ରୀଙ୍କୁ ନେଇ ଜାପାନ ଏୟାରଲାଇନ୍ସର ଏକ ବିମାନ ଅବତରଣ କରିଥିଲା। ଏହି ଦୃଶ୍ୟରେ ବିମାନର ଝରକା ରୁ ଏବଂ ଏହା ତଳେ ନିଆଁ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ରନୱେରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ବିମାନରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢାଇଛି। ଯ଼ଦିଓ ଜରୁରୀକାଳୀନ ଟିମ୍ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ଏଥି ସହ ବିମାନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସୁନିଶ୍ଚିତ କରିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଟୋକିଓ-ହାନେଡା ବିମାନବନ୍ଦରର ରନୱେରେ ଜାପାନ ଏୟାରଲାଇନ୍ସର ବିମାନ ଜେଏଲ୫୧୬, ଏୟାରବସ୍ ଏ୩୫୦ ତଟରକ୍ଷୀ ବାହିନୀର ଏକ ବିମାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସଠିକ ତଥ୍ୟ ମିଳିପାରିନାହିଁ। । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ବିମାନରେ ନିଆଁ ଲାଗିବା ବେଳର ବିଭିନ୍ନ ଭିଡିଓ ।



25 views0 comments
bottom of page